ବନ୍ଦ କରନ୍ତୁ

ଶ୍ରୀଜଗନ୍ନାଥ ମନ୍ଦିର

ବାରିପଦା ଭଗବାନ ଶ୍ରୀଜଗନ୍ନାଥ ମନ୍ଦିର କୁ ହରିବଳଦେବଜୀଉ ମନ୍ଦିର କୁହାଯାଏ | ଏହା ଶ୍ରୀ ବୈଦନାଥ ଭଞ୍ଜଙ୍କ ଦ୍ୱାରା ଖ୍ରୀଷ୍ଟାବ୍ଦ ୧୫୭୫ ରେ କଖାରୁଆ ବୈଦନାଥ ମନ୍ଦିର ଶୈଳୀ ରେ ନିର୍ମାଣ ହେଇଥିଲା |ଏହି ମନ୍ଦିର ଭଞ୍ଜ ବଂଶ ର ଧର୍ମ ର ପ୍ରତୀକ ରୂପେ ପରିଗଣିତ ହୁଏ | ଏହି ମନ୍ଦିର ମାଙ୍କଡ଼ାପଥର ରେ ନିର୍ମିତ ଯାହାର କାନ୍ଥ ରେ ଉତ୍କୃଷ୍ଟ ଚିତ୍ରମାନ ଖୋଦେଇ ହୋଇ ଅଛି | ଏହାର ଉଚ୍ଚତା ୮୪ ‘୬ ” ଅଟେ | ମନ୍ଦିର ଚାରିପାଖରେ ଏକ ବୃହତ୍ତ ପ୍ରାଚୀର ଅଛି ଯାହା ପୁରୀର ଭଗବାନ ଶ୍ରୀଜଗନ୍ନାଥ ମନ୍ଦିର ର ପ୍ରାଚୀର ଭଳି ଅଟେ |