ସଂସ୍କୃତି ଏବଂ ଐତିହ୍ୟ

ମୟୂରଭଞ୍ଜ ଜିଲ୍ଲାର ଲୋକଙ୍କ ଭିତରେ ସଂସ୍କୃତି ଭରି ରହିଛି | ଏହି ଜିଲ୍ଲା ରେ ସାଂସ୍କୃତିକ ପରମ୍ପରା ଓ ସମୃଦ୍ଧି ନିଆରା ଏଥିରେ ସନ୍ଦେହ ନାହିଁ | ମକର ପର୍ବ ଓ କରମା ପୂଜା ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ପର୍ବ ଅଟେ ଯାହାକି ଧୁମ୍ ଧାମ ରେ ପାଳନ କରାଯାଏ | ମୟୂରଭଞ୍ଜ ଜିଲ୍ଲା ରେ ପ୍ରକୃତି ର ସୌନ୍ଦର୍ଯ୍ୟ ପରିସ୍ଫୁଟିତ ହୋଇଛି , ଏହି ପରିବେଶ ମଧ୍ୟ ରେ ଏକ ସୁନ୍ଦର ନୃତ୍ୟ ବିକଶିତ , ଯାହାକି ଛଉ ନୃତ୍ୟ ଭାବରେ ପରିଚିତ |ଏହି ନୃତ୍ୟ ସାରା ଦୁନିଆରେ ପ୍ରସିଦ୍ଧି ଓ ମାନ୍ୟତା ପ୍ରାପ୍ତ କରିଛି | ସୁନ୍ଦରତା ଓ କଳାର ଚମତ୍କାରିତା ପାଇଁ ଏହା ବିଶ୍ୱ ପ୍ରସିଦ୍ଧ ଅଟେ | ଲୋକ ପ୍ରିୟ ପାରମ୍ପରିକ ଲୋକ ଗୀତ, ‘ଝୁମର’ ଅତୁଳନୀୟ ଭାବରେ ମୟୂରଭଞ୍ଜ ଜିଲ୍ଲା ସାଙ୍ଗରେ ଜଡିତ | ଏହି ଗୀତ ଆଚଂଳିକ ଉତ୍ସବ ର ବିଚାର ଧାରାକୁ ଦର୍ଶାଏ |

ବାରିପଦା  ଶ୍ରୀଜଗନ୍ନାଥ ମନ୍ଦିର ଓ ରଥ ଯାତ୍ରା:

ପୁରୀ ବ୍ୟତୀତ ଭଗବାନ ଜଗନ୍ନାଥଙ୍କୁ ବାରିପଦା ରେ ଶ୍ରୀ ଶ୍ରୀ ହରିବଳଦେବ ମହାପ୍ରଭୁ ଭାବରେ ପୂଜା କରାଯାଏ | ଲୋକ କଥା ଅନୁଯାୟୀ ମହାରାଜ ବୈଦନାଥ ଭଞ୍ଜ ଭଗବାନ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ ପାଇଁ ପୁରୀ ଯାଇ ଥିଲେ| ରାଜାଙ୍କୁ ମଗାଯାଇ ଥିବା ସ୍ଵର୍ଣ ମୁଦ୍ରା ନ ମିଳିବାରୁ ତାଙ୍କୁ ଦର୍ଶନ ପାଇଁ ମନା କରାଯାଇ ଥିଲା | ଅନ୍ୟ ଏକ ଲୋକ କଥା ଅନୁଯାୟୀ ମୟୂରଭଞ୍ଜ ମହାରାଜ ଯେତେବେଳେ ରାଜକୀୟ ଠାଣି ରେ ଚଇତ ଓ ଚାମର ଧରି ପୁରୀ ପହଞ୍ଚିଥିଲେ; ସେତେବେଳେ ପୁରୀର ଠାକୁର ରାଜା ଗଜପତି ମହାରାଜ ସାମାଜିକ ତଥା ରାଜନୈତିକ ସ୍ଥିତି ଅନୁଯାୟୀ  ଅନୁମତି ଦେଇ ନ ଥିଲେ|ସେ ସମୟର ପ୍ରଥା ଅନୁସାରେ ଭକ୍ତ ମାନେ ଗଜପତି ରାଜା, ଯିଏ କି ‘ଚଳନ୍ତି ବିଷ୍ଣୁ ପ୍ରତିମା’ ଙ୍କ ଠାରୁ କୌଣସି ପ୍ରକାରରେ ବଡ଼ିମା ନ ଦେଖାଇ ଅତି ସାଧାରଣ ଜନତା ଭାବେ ପୁରୀ କୁ ଆସିପାରୁଥିଲେ |

ଶ୍ରୀଜଗନ୍ନାଥ ମନ୍ଦିର

ଶ୍ରୀଜଗନ୍ନାଥ ମନ୍ଦିର ମୟୂରଭଞ୍ଜ

ବାରିପଦା ମହାରାଜ ପୁରୀର ବାହାରେ ଥିବା  ଅଠରନଳା ପାଖରେ ତପସ୍ୟା କରିଥିଲେ| ସ୍ୱପ୍ନ ରେ ଭଗବାନ ଶ୍ରୀଜଗନ୍ନାଥ ତାଙ୍କୁ ବାରିପଦା ରେ ଏକ ମନ୍ଦିର ନିର୍ମାଣ ପାଇଁ ଆଦେଶ ଦେଇଥିଲେ କାରଣ ତାଙ୍କ ଭକ୍ତଙ୍କୁ ସେ ନିଜ ଆଶ୍ରୟ ତଳେ ରଖିବାକୁ ଚାଁହୁଥିଲେ | ଭଗବାନ ଶ୍ରୀଜଗନ୍ନାଥ ଙ୍କର ଇଛା ଅନୁସାରେ  ସେ ବାରିପଦା ରେ  ଏକ ଭବ୍ୟ ମନ୍ଦିର ନିର୍ମାଣ କଲେ | ପୁରୀ ଭଳି ଭଗବାନ ଶ୍ରୀବଳଭଦ୍ର, ଭଗବାନ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା ଙ୍କ ପାଇଁ ସବୁପ୍ରକାର ର ପୂଜା ଅନୁଷ୍ଠାନ ବାରିପଦା ରେ କରାଗଲା |ପୁରୀ ଭଳି ଅବିକଳ ଶ୍ରୀଜଗନ୍ନାଥ ଙ୍କର ପ୍ରତିମା ଓ ଭବ୍ୟ ମନ୍ଦିର ନିର୍ମାଣ ଭଞ୍ଜ ବଂଶ ର କଲା ର ଶ୍ରେଷ୍ଠ ନିଦର୍ଶନ ଅଟେ |

ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା, ଶ୍ରୀବଳଭଦ୍ର ମୟୂରଭଞ୍ଜ

ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା, ଶ୍ରୀବଳଭଦ୍ର

ମୟୂରଭଞ୍ଜ ଜିଲ୍ଲା ରେ ରେଜି ଭଦ୍ର ଓ ଗରୟା ଭଳି ବାସ୍ତୁକଳାର ବିଭିନ୍ନ ଶୈଳୀରେ ମନ୍ଦିର ନିର୍ମାଣ କରାଯାଇଥିଲା | ରେଖା ମନ୍ଦିର ମାନଙ୍କ ମଧ୍ୟରେ ଏହି ଜିଲ୍ଲା ର ମାଣତ୍ରୀ ଠାରେ ଥିବା କଖାରୁଆ ବୈଦନାଥ ମନ୍ଦିର ଓ ବାରିପଦା ରେ ଥିବା ଭଗବାନ ଶ୍ରୀଜଗନ୍ନାଥ ମନ୍ଦିର ସର୍ବୋତ୍କୃଷ୍ଟ | ବାରିପଦା ଭଗବାନ ଶ୍ରୀଜଗନ୍ନାଥ ମନ୍ଦିର କୁ ହରିବଳଦେବଜୀଉ ମନ୍ଦିର କୁହାଯାଏ | ଏହା ଶ୍ରୀ ବୈଦନାଥ ଭଞ୍ଜଙ୍କ ଦ୍ୱାରା ଖ୍ରୀଷ୍ଟାବ୍ଦ ୧୫୭୫ ରେ କଖାରୁଆ ବୈଦନାଥ ମନ୍ଦିର ଶୈଳୀ ରେ  ନିର୍ମାଣ ହେଇଥିଲା |ଏହି ମନ୍ଦିର ଭଞ୍ଜ ବଂଶ ର ଧର୍ମ ର ପ୍ରତୀକ ରୂପେ ପରିଗଣିତ ହୁଏ | ଏହି ମନ୍ଦିର ମାଙ୍କଡ଼ାପଥର ରେ ନିର୍ମିତ ଯାହାର କାନ୍ଥ ରେ  ଉତ୍କୃଷ୍ଟ ଚିତ୍ରମାନ ଖୋଦେଇ ହୋଇ ଅଛି | ଏହାର ଉଚ୍ଚତା ୮୪ ‘୬ ” ଅଟେ | ମନ୍ଦିର ଚାରିପାଖରେ ଏକ ବୃହତ୍ତ ପ୍ରାଚୀର ଅଛି  ଯାହା ପୁରୀର ଭଗବାନ ଶ୍ରୀଜଗନ୍ନାଥ ମନ୍ଦିର ର ପ୍ରାଚୀର ଭଳି ଅଟେ | ମନ୍ଦିରର କାନ୍ଥ ରେ ଥିବା ଶିଳାଲେଖ  ଅନୁଯାୟୀ  ଖ୍ରୀଷ୍ଟାବ୍ଦ  ୧୪୯୭ ରେ ବୈଦନାଥ ଭଞ୍ଜ ମନ୍ଦିର ନିର୍ମାଣ କରିଥିଲେ|  ତିନି ଠାକୁରଙ୍କ ଛଡ଼ା ମନ୍ଦିରରେ ସତର ଟି ବେଢା ଠାକୁର ରହିଛନ୍ତି |ବାରିପଦା ରେ ରାଧାମୋହନ ମନ୍ଦିର ଭଗବାନ ଜଗନାଥ ଙ୍କର ଗୁଣ୍ଡିଚା ମନ୍ଦିର ଭାବରେ କାର୍ଯ୍ୟ କରିଥାଏ | ଋଷିଙ୍କ ରାୟ ସହ ଏହି ମନ୍ଦିର ନବୋବୈଷ୍ନବବାଦ ସଂସ୍କୃତି ର ପ୍ରତୀକ ଅଟେ ଯାହା ଶ୍ରୀ ଚୈତନ୍ୟ ଙ୍କ ପୂର୍ବରୁ ଓଡ଼ିଶାରେ ଲୋକପ୍ରିୟ ଥିଲା ଏହି ମନ୍ଦିରରେ ନାଟ ମନ୍ଦିର ମଧ୍ୟ ଅଛି ଯାହାର ବାହାର ଭିତର ର ପାର୍ଶ୍ୱ ଚିତ୍ରିତ କରାଯାଇଛି |

ପ୍ରତ୍ୟେକ ବର୍ଷ ଆଷାଢ଼ ମାସ ରେ ପୁରୀ ରଥ ଯାତ୍ରା ର ଗୋଟିଏ ଦିନ ପରେ ବାରିପଦା ଶ୍ରୀଜଗନ୍ନାଥ ଙ୍କ ଘୋଷ ଯାତ୍ରା ଅନୁଷ୍ଠିତ ହୁଏ | ତିନି ଠାକୁର ରଥ ରେ ବସି ବଡ ଦେଉଳ ରୁ ମାଉସୀ ମା’ ମନ୍ଦିର (ରାଧାମୋହନ ମନ୍ଦିର) କୁ ଆସିଥାନ୍ତି ଓ ରଥ ଟଣା ଦୁଇ ଦିନ ଧରି ଚାଲେ | ଏହି ଯାତ୍ରା ର ଏକ ବିଶେଷତ୍ୱ ହେଉଛି ଯେ, କେବଳ ମହିଳା ମାନେ ହିଁ ଦେବୀ ସୁଭଦ୍ରା ଙ୍କ ରଥ କୁ ଟାଣିଥାନ୍ତି|ବାହୁଡା ଯାତ୍ରା ପୁରୀ ବାହୁଡା ର ପର ଦିନ ଅନୁଷ୍ଠିତ ହୋଇଥାଏ |

ମୟୂରଭଞ୍ଜ ଛଉ ନୃତ୍ୟ

ଛଉ ନୃତ୍ୟ ମୟୂରଭଞ୍ଜ

ମୟୂରଭଞ୍ଜ ଛଉ ନୃତ୍ୟ:

ମନୋରମ ଝରଣା, ଧୂଁଆଧାର ନଦୀ, ବିଶାଳ ପାହାଡ ଓ ସବୁଜ ବନାନୀ ରେ ପରିପୂର୍ଣ ଶିମିଳିପାଳ  ମୟୁରଭଞ୍ଜ ଜିଲ୍ଲା ର ସଂସ୍କୃତି ଓ ସୁନ୍ଦରତା ର ଏକ ବିଶାଳ ପ୍ରତିଛବି | ଏହି ପରିବେଷ୍ଟନୀ ରେ ଏକ ସୁନ୍ଦର ନୃତ୍ୟ ବିକଶିତ  ଯାହା ପ୍ରସିଦ୍ଧ ଛଉ ନୃତ୍ୟ ନାମରେ ନାମିତ | ଛଉ ନୃତ୍ୟ କେବଳ ଭାରତ କାହିଁକି ସାରା ବିଶ୍ଵ ରେ ପ୍ରସିଦ୍ଧି ଲାଭ କରିଛି | ବିଶ୍ୱାସ କରାଯାଏ ଯେ ‘ଛଉ’ ଶବ୍ଦ ଟି ଛାୟା ଶବ୍ଦ ରୁ ଆନୀତ |ପୁରୁଲିଆ ର ନୃତ୍ୟ ପରିବେଷଣକାରୀ ମାନେ ଛଉ ନାମକ ଏକ ମୁଖା ବ୍ୟବହାର କରୁଥିବାରୁ ଏହାକୁ କେହି କେହି ଛଉ ନୃତ୍ୟ ବି କହି ଥାନ୍ତି |ଅନ୍ୟ କେତେକ ଙ୍କ ମତ ରେ ଛଉ ଶବ୍ଦ ଟି ଛାଉଣୀ ଶବ୍ଦ ରୁ ଆସିଅଛି ଯାହାକି ଯୁଦ୍ଧ ସମୟରେ ସୈନିକ ମାନଙ୍କର ମନୋରଞ୍ଜନ କରିବା ପାଇଁ ପରିବେଷଣ କରାଯାଉଥିଲା |

ମୟୂରଭଞ୍ଜ ଛଉ ନୃତ୍ୟ

ଛଉ ନୃତ୍ୟ ମୟୂରଭଞ୍ଜ

ଛଉ ନୃତ୍ୟ ମୟୁରଭଞ୍ଜ ର ସୁନ୍ଦର ପରମ୍ପରା ଅଟେ | ଆଧୁନିକ ଓଡିଶା ର ନିର୍ମାତା ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏବଂ ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ଏହି ପ୍ରସିଦ୍ଧ  ରଣ-ନୃତ୍ୟ କୁ ୧୯୧୨ ମସିହା ରେ ରେ ବ୍ରିଟିଶ ଶାସକ ‘ଜର୍ଜ ଭି’ ଙ୍କର ସମ୍ମାନରେ କଲିକତାରେ  ପରିବେଷଣ କରାଇଥିଲେ, ଯାହାକି ସେତେବେଳ ର ଗଣମାଧ୍ୟମ ଓ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା |ଛଉ ନୃତ୍ୟ ରାମାୟଣ, ମହାଭାରତ ଓ ବିଭିନ୍ନ ଲୋକ କଥା ଉପରେ ପର୍ଯ୍ୟବେଷିତ ହୋଇଥାଏ | ମୟୁରଭଞ୍ଜ ଛଉ ନୃତ୍ୟ ର ଆରାଧ୍ୟ ଦେଭତା ଭଗବାନ ଭୈରବ ଅଟନ୍ତି |

ଲୋକନୃତ୍ୟ-ଝୁମର:

ଝୁମର ନୃତ୍ୟ  ୧୮୦୦ ମସିହାରୁ ଆରମ୍ଭ ହୋଇଥିଲା, କିନ୍ତୁ ଏହା ସଂଗଠିତ ରୂପରେ ନଥିଲା | ଓଡିଶା, ଝାରଖଣ୍ଡ,ବିହାର ଓ ପଶ୍ଚିମବଙ୍ଗ ର ସ୍ଥାନୀୟ ଲୋକ ମାନେ ଝୁମର ନୃତ୍ୟ ଓ ଗୀତ ପରିବେଷଣ କରୁଥିଲେ, ଯାହା ଆଗକୁ କାମ କରିବା ପାଇଁ ଉତ୍ସାହ ପ୍ରଦାନ କରୁଥିଲା | ଏମିତିକି ସେମାନେ ଯେତେବେଳେ ବାହାରକୁ କାମ କରିବା ପାଇଁ ଯାଉଥିଲେ  ସେତେବେଳେ ମଧ୍ୟ ସେମାନେ ଏହି ଝୁମର ଗୀତ କୁ ଗାଉଥିଲେ | ଧୀରେ ଧୀରେ ଏକ ନାଚୁଣୀ ଦଳ ଗଠିତ ହୋଇଥିଲା ଯେଉଁଥିରେ ୮ ରୁ ୧୦ ଜଣ ବିଭିନ୍ନ ବାଦ୍ୟ ଯନ୍ତ୍ର ଯଥା ବଂଶୀ, ହାର୍ମୋନିୟମ, ଢୋଲ,ମାଦଳ ଓ ମହୁରୀ ଇତ୍ୟାଦି କୁ ବଜାଇ ପାରୁଥିବା ସଦସ୍ୟ ଥାନ୍ତି , ସେମାନଙ୍କ ମଧ୍ୟରେ ଜଣେ ରସିକ ଓ ଜଣେ ନାଚୁଣୀ | ପ୍ରତେକ ନୃତ୍ୟ ଏବଂ ଗୀତ କିଛି ସଂଗୀତ ବାଦ୍ୟ ଯନ୍ତ୍ର ସହିତ ଜଡିତ ଅଛି | ସେହିପରି ଝୁମର ଗୀତର ନୃତ୍ୟ ସରଞ୍ଜାମ ମଧ୍ୟରେ ଢୋଲ, ମାଦଳ, ଚଡ଼ଚଡ଼ି, ଘୁଙ୍ଗୁର, ବଂଶୀ, ହାର୍ମୋନିୟମ,ଯୋଡି ନାଗରା ଏବଂ ଟୁଇଲା |ମୟୁରଭଞ୍ଜ ଛଉ ନୃତ୍ୟ ରେ ବିଶେଷ ସ୍ଥାନ ଅଛି ଏବଂ ତା ସାଙ୍ଗରେ ଝୁମର ମଧ୍ୟ ଜଡିତ ଅଟେ | ଝୁମର ରୁ ମଧ୍ୟ ବିଶେଷ ସ୍ଥିତି ର ଆନନ୍ଦ ମିଳିଥାଏ | ଛଉ ଏବଂ ଝୁମର ସାଧାରଣତ ମହିଳା ମାନେ ପରିବେଷଣ କରିଥାନ୍ତି | ଛଉ ମୁଖ୍ୟତ ନୃତ୍ୟ ରୂପରେ ଆମର ଗୀତ ସାଙ୍ଗରେ ଅଛି , କିନ୍ତୁ ଝୁମର ମୁଖ୍ୟ ରୂପରେ ନୃତ୍ୟ ରୂପରେ ଗୀତ ସାଙ୍ଗରେ ଅଛି |ଯେତେବେଳେ କାଞ୍ଚ ନୃତ୍ୟ ନିଜର ଚରମ ସୀମାରେ ପହଂଚି ଯାଏ ସେତେବେଳେ ଝୁମର ରେ ରଙ୍ଗ ଖେଳିଯାଏ | ଝୁମର ନୃତ୍ୟ ରେ ଦୁଇ ପ୍ରକାର ନୃତ୍ୟ ଅଛି , ଯେତେବେଳେ ଜଣେ ମହିଳା ନୃତ୍ୟ କରେ ତାକୁ ନାଚୁଣୀ କୁହାଯାଏ କିନ୍ତୁ ଯେତେବେଳେ ଗୋଟେ ଗୋଷ୍ଠୀ ନୃତ୍ୟ କରନ୍ତି ତାଙ୍କୁ ପେଣଟା କୁହାଯାଏ ଝୁମର ର ଗୀତରେ ଧୁନ ତିଆରି କରାଯାଏ ଯାହାର ମୁଖ୍ୟ ତତ୍ୱ ଧୁନ ଅଟେ | ଗୀତ ମୁଖ୍ୟ ରୂପରେ ରାଧା କୃଷ୍ଣ ଙ୍କର ପ୍ରେମ ବର୍ଣନା କରେ |