ନିୟୋଜନ
ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ମୟୂରଭଞ୍ଜ, ବାରିପଦା ୱାର୍ଡ ସଂଖ୍ୟା -୨ , ୱାଲିଗଞ୍ଜ ,ବାରିପଦା ସହର ରେ ନିଜସ୍ୱ କୋଠା ଘରେ ଚାଲୁଅଛି | ଆହୁରି ତିନୋଟି ନିୟୋଜନ ଉପ-କାର୍ଯ୍ୟାଳୟ ତିନୋଟି ଉପଖଣ୍ଡ ଯଥା କରଞ୍ଜିଆ ,ରାଇରଙ୍ଗପୁର ଓ ଉଦଳା ରେ ଅବସ୍ଥିତ,ଗୋଟିଏ ଗ୍ରାମୀଣ ନିୟୋଜନ ବ୍ୟୁରୋ ବାଙ୍ଗିରିପୋଷି ଠାରେ ଭଡା ଘରେ ଚାଲୁଅଛି |
ଉଦ୍ଦେଶ୍ୟ:
ଏହି ରୋଜଗାର ସେବା ଗୋଟିଏ ନିଃଶୁଳ୍କ ସେବା ଅଟେ ଓ ପ୍ରାର୍ଥୀ ମାନଙ୍କ ଠାରୁ ଏହି ସେବା ବାବଦରେ କୌଣସି ଶୁଳ୍କ ନିଆଯାଏ ନାହିଁ |
ନିୟୋଜନ କାର୍ଯ୍ୟାଳୟ ର କାର୍ଯ୍ୟ ସମ୍ପର୍କ ରେ :
- ନିୟୋଜନ କାର୍ଯ୍ୟାଳୟ ବେରୋଜଗାର ତଥା ଚାକିରୀ ଖୋଜୁଥିବା ବ୍ୟକ୍ତି ଙ୍କୁ ବିଭିନ୍ନ କ୍ଷେତ୍ରରେ ଚାକିରୀ କରିବାକୁ ସହାୟତା ଦେବାପାଇଁ ସେମାଙ୍କର ନାମ ପଞ୍ଜୀକରଣ କରିଥାଏ ଓ ସେମାନଙ୍କୁ ରୋଜଗାର କରିବା ପାଇଁ ମାର୍ଗଦର୍ଶନ କରିଥାଏ, ଧନ୍ଦାମୂଳକ ଓ ବୈଷୟିକ ପ୍ରଶିକ୍ଷଣ ମଧ୍ୟଦେଇଥାଏ ଓ ଆତ୍ମନିଯୁକ୍ତି ପାଇଁ ବାଟ ଦେଖାଇଥାଏ |
- ଏହା ସ୍ଥାନୀୟ ରୋଜଗାର ବଜାରରୁ ରୋଜଗାର ରିପୋର୍ଟ ଏକତ୍ର କରେ ଯେଉଁଥିରେ କି କାର୍ଯ୍ୟରତ ବ୍ୟକ୍ତି ଙ୍କ ସଂଖ୍ୟା ଓ ଖାଲି ପଡିଥିବା ସ୍ଥାନ ସୂଚିତ ହୋଇଥାଏ |
- ଏହା ପ୍ରତ୍ୟକ ଛ ମାସ ରେ ଥରେ ସେପ୍ଟେମ୍ବର ମାସ ରେ କାମ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ବ୍ୟବସାୟିକ ଓ ଶିକ୍ଷ୍ୟାଗତ ଯୋଗ୍ୟତା ସମ୍ବନ୍ଧୀୟ ତଥ୍ୟ , ଭବିଷ୍ୟତରେ ନିଯୁକ୍ତି ସୁଯୋଗ ତଥ୍ୟ ଏକତ୍ର କରିଥାଏ | ପ୍ରତି ଦୁଇ ବର୍ଷ ଅନ୍ତରାଳରେ ଏହି ରିପୋର୍ଟ ଗୁଡିକ କେନ୍ଦ୍ରୀୟ /ରାଜ୍ୟ ସରକାରଙ୍କର ମାନବସମ୍ବଳ ବିକାଶ ବିଭାଗ କୁ ଯାଇଥାଏ |
କାର୍ଯ୍ୟାଳୟ ଠିକଣା:
ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ,
ୱାଲିଗଞ୍ଜ,ୱାର୍ଡ.ସଂଖ୍ୟା -୨,
ବାରିପଦା,ମୟୂରଭଞ୍ଜ