କୃଷି
କୃଷି ଜିଲ୍ଲାର ଅର୍ଥନୈତିକ ଉନ୍ନତି ର ମେରୁଦଣ୍ଡ ଅଟେ | ଏହା ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ବିଭାଗ ମାଧ୍ୟମରେ ଅନେକ କର୍ମ ନିଯୁକ୍ତି ସୃଷ୍ଟି କରିଥାଏ |
କୃଷି ବିଭାଗ ର ମୂଳ ଲକ୍ଷ୍ୟ:
- ବିଭିନ୍ନ ପ୍ରକାର ଶସ୍ୟ, ଡାଲିଜାତୀୟ ଫସଲ ଓ ତୈଳବୀଜ ଗୁଡ଼ିକର ଉତ୍ପାଦନ ବୃଦ୍ଧି କରିବାପାଇଁ କୃଷକ ମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ସହିତ କ୍ଷେତ୍ର ପରିଦର୍ଶନ ର ସୁଯୋଗ ଦିଆଯାଏ |
- ଜଳନିଧି ଯୋଜନା ମାଧ୍ୟମରେ ଜଳସେଚନ ପ୍ରକ୍ରିୟା ର ଉନ୍ନତି କରଣ କରାଯାଏ |
- ବିଭିନ୍ନ ପ୍ରକାର କୀଟ ମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ କୀଟନାଶକ ଔଷଧ ର ବ୍ୟବହାର କରାଯାଇଥାଏ |
- ଶ୍ରମିକ ମାନଙ୍କ ସମସ୍ୟା କୁ ହ୍ରାସ କରିବା ପାଇଁ କୃଷି କ୍ଷେତ୍ର ରେ ଯନ୍ତ୍ରୀକରଣ କୁ ଅଗ୍ରାଧିକାର ଦିଆଯାଏ |
- ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ର ଲୋକପ୍ରିୟତା ବୃଦ୍ଧି କରାଇବା |
- ଲୋକମାନଙ୍କୁ ବିବିଧ କୃଷି ପ୍ରତି ପ୍ରବର୍ତାଇବା |
ଚାଷ କରାଯାଉଥିବା ଫସଲ ର ପ୍ରକାର ଭେଦ :
ମୟୂରଭଞ୍ଜ ଜିଲ୍ଲା ରେ ମୁଖ୍ୟତଃ ଚାଷ କରାଯାଉଥିବା ବିଭିନ୍ନ ପ୍ରକାର ଫସଲ ଗୁଡିକ ମଧ୍ୟରେ ଶସ୍ୟ, ଡାଲିଜାତୀୟ ଫସଲ ଓ ତୈଳବୀଜ ଅନ୍ୟତମ ଅଟେ |
କାର୍ଯ୍ୟାଳୟ ର ଠିକଣା:
ସହ ନିର୍ଦେଶକ, କୃଷି
ସ୍ଥା/ପୋ: ତକତପୁର , ଜିଲ୍ଲା:ମୟୂରଭଞ୍ଜ
ପିନ – ୭୫୭୦୦୩,
ଟେଲିଫୋନ:୦୬୭୯୨-୨୫୨୭୪୩