ଅର୍ଥବ୍ୟବସ୍ଥା
ମୟୂରଭଞ୍ଜ ଜିଲ୍ଲା ର ଅର୍ଥବ୍ୟବସ୍ଥା ଅଧିକାଂଶ ରେ କୃଷି ଉପରେ ନିର୍ଭରଶୀଳ ଅଟେ | ଉର୍ବର ମାଟି ସହିତ ଆବଶ୍ୟକ ହେଉଥିବା ଅନୁକୂଳ ପାଗ ମୟୂରଭଞ୍ଜ ଜିଲ୍ଲା ରେ ଉତ୍କୃଷ୍ଟ ମାନ ର କୃଷି ପାଇଁ ସହାୟକ ହୋଇଥାଏ | ଧାନ ଚାଷ ହେଉଛି ଏହି ଜିଲ୍ଲା ର ପ୍ରମୁଖ ଚାଷ ; ଏଥି ସହିତ ତୈଳ ବୀଜ ଓ ଡାଲି ଜାତୀୟ ଫସଲ ମଧ୍ୟ ଚାଷ ହୋଇଥାଏ | ଉଚ୍ଚା ଭୂମି ଗୁଡିକ ରେ ଖରିଫ ଧାନ ର ଅମଳ କମ ହୋଇଥାଏ କିନ୍ତୁ ତୈଳ ବୀଜ ଓ ଡାଲି ଜାତୀୟ ଫସଲ ର ଅମଳ ଏହି ପ୍ରକାର ଭୂମି ରେ ଚାଷ କରିବାର ବିବିଧ ପଦ୍ଧତି ଯୋଗୁଁ ବୃଦ୍ଧି ପାଇଥାଏ |
ମୟୂରଭଞ୍ଜ ଜିଲ୍ଲା ର ଅର୍ଥବ୍ୟବସ୍ଥା ଅଭିବୃଦ୍ଧି ରେ ସହାୟକ ହେଉଥିବା କ୍ଷୁଦ୍ର ଶିଳ୍ପ ଗୁଡିକ ମଧ୍ୟରୁ ଖଣିଜ ଦ୍ରବ୍ୟ ଚୂର୍ନିକରଣ, ପଥର ଭଂଗୀକରଣ, ଚିନାମାଟି ସଫେଇ , ସାର ,ଦିଆସିଲି , କାଗଜ କଳ , ରଙ୍ଗ ଓ ରସାୟନ, ସଫା କରା ସାବୁନ , ବୈଦ୍ୟୁତିକ ଉପକରଣ , କେବୁଲ , ଆଲୁମିନିୟମ ରେ ତିଆରି ବାସନ ,ଶୀତଳ ଭଣ୍ଡାର, ଖଲି ପତ୍ର ଦୋନା ,ସିମେଣ୍ଟ ତିଆରି ଉତ୍ପାଦ, ଧାନ- ଅଟା କଳ ଓ ସହାୟକ ମରାମତି ସେବା, ସବାଇ ଘାସ ରୁ ପ୍ରସ୍ତୁତ ଉତ୍ପାଦ ଇତ୍ୟାଦି |